Air India Plane Crash: ଛାତ ଉପରୁ ମିଳିଗଲା ବ୍ଲାକବକ୍ସ, ଜଣାପଡିବ ଦୁର୍ଘଟଣାର ଟିକିନିଖି ତଥ୍ୟ

Air India Plane Crash: ଜଳିଗଲା ବିମାନ। ହେଲେ ଦୁର୍ଘଟଣା ସ୍ଥଳରୁ ମିଳିଛି ବ୍ଲାକବକ୍ସ । ବିମାନ କ୍ରାସ୍ କରିଥିବା ମେଡିକାଲ କଲେଜ ହଷ୍ଟେଲ ଛାତରୁ ମିଳିଲା ବ୍ଲାକ ବକ୍ସ। ଆଉ ଏହି ଅଘଟଣର କାରଣ କହିବ ସେହି ବ୍ଲାକବକ୍ସ।
Air India Plane Crash: ଜଳିଗଲା ବିମାନ। ହେଲେ ଦୁର୍ଘଟଣା ସ୍ଥଳରୁ ମିଳିଛି ବ୍ଲାକବକ୍ସ । ବିମାନ କ୍ରାସ୍ କରିଥିବା ମେଡିକାଲ କଲେଜ ହଷ୍ଟେଲ ଛାତରୁ ମିଳିଲା ବ୍ଲାକ ବକ୍ସ। ଆଉ ଏହି ଅଘଟଣର କାରଣ କହିବ ସେହି ବ୍ଲାକବକ୍ସ। ବିମାନ ଜଳି ଯାଇଥିଲେ ବି ବ୍ଲାକ୍ ବକ୍ସ ବା ଫ୍ଲାଇଟ ଡାଟା ରେକର୍ଡର ଏବଂ କକ୍ପିଟ ଭଏସ ରେକର୍ଡର ସୁରକ୍ଷିତ ରହିଥାଏ। ଉଡ଼ାଣ ତଥ୍ୟ ସହ କକ୍ପିଟରେ ପାଇଲଟ କଣ କଥା ହେଉଥିଲେ ଏବଂ କାହିଁକି ଦେଇଥିଲେ ମେ ଡେ ମେ ଡେ କଲ ତାହା କହିବ ବ୍ଲାକବକ୍ସ । Aircraft Accident Investigation Bureau-AAIB ୱିଙ୍ଗ୍ ବ୍ଲାକ ବକ୍ସର ଡିକୋଡିଂ କରିବ। ଆଉ ଏହାପରେ ଜଣା ପଡିବ ଦୁର୍ଘଟଣାର କାରଣ ।
ଅହମ୍ମଦାବାଦ ବିମାନ ଦୁର୍ଘଟଣାର କାରଣକୁ ନେଇ ଭିନ୍ନ ଭିନ୍ନ ଆଶଂକା। ତ୍ରୁଟି ଯାନ୍ତ୍ରିକ ନା ମନୁଷ୍ୟକୃତ ସେ ନେଇ କିଛି ସ୍ପଷ୍ଟ ହୋଇନାହିଁ। ହେଲେ କ’ଣ ଥିଲା ବିମାନ ଦୁର୍ଘଟଣାର କାରଣ ? କାହିଁକି ହଠାତ୍ ଆକାଶରୁ ଖସିଲା ବୋଇଂ ୭୮୭ ଡ୍ରିମଲାଇନର? ଦୁର୍ଘଟଣା ଲାଗି କେଉଁ କାରଣ ଦାୟୀ ? ଯାନ୍ତ୍ରିକ ତ୍ରୁଟି, ବାର୍ଡ ହିଟ୍ ନା ମନୁଷ୍ୟକୃତ ? ସେନେଇ ବିମାନ ଭିତରେ ସୁରକ୍ଷିତ ରହିଛି ସମସ୍ତ ତଥ୍ୟ। ଆଉ ବିମାନର ରହସ୍ୟ ଯେଉଁଥିରେ ରହିଛି ତାହା ହେଉଛି ଏହି ବ୍ଲାକ୍ ବକ୍ସ ? ଯେ କୌଣସି ବିମାନରେ ରହିଥାଏ ବ୍ଲାକ୍ ବକ୍ସ। ଆଉ ବ୍ଲାକ୍ ବକ୍ସରେ ସୁରକ୍ଷିତ ରହିଥାଏ ବିମାନର ଟିକିନିଖି ତଥ୍ୟ।
ବ୍ଲାକ୍ ବକ୍ସ କଣ?
ତେବେ କଣ ଏହି ବ୍ଲାକ୍ ବକ୍ସ ? ଏଥିରୁ ମିଳିଥାଏ କେଉଁ କେଉଁ ପ୍ରକାରର ତଥ୍ୟ ? ବିମାନର କ୍ଷତି ହେଲେ ବି ଏହା କିପରି ସୁରକ୍ଷିତ ରହିଥାଏ? କଣ ପାଇଁ ପାଇଲଟ କହିଥିଲେ ମେ ଡେ ମେ ଡେ ବା ଡିଷ୍ଟ୍ରେସ କଲ୍, ସେତଥ୍ୟ କହିବ ବ୍ଲାକ୍ ବକ୍ସ।
ପାଇଲଟ୍ଙ୍କ କଥାବାର୍ତ୍ତା ରେକର୍ଡ
ବ୍ଲାକ୍ ବକ୍ସ ହେଉଛି ଦୁଇଟି ବକ୍ସର ସମାହାର। ତେବେ ଏହା କଳା ନୁହେଁ କି ବକ୍ସ ନୁହେଁ। ବ୍ଲାକ୍ ବକ୍ସରେ ହେଉଛି ଫ୍ଲାଇଟ ଡାଟା ରେକର୍ଡର ଏବଂ କକ୍ପିଟ ଭଏସ ରେକର୍ଡର ମାନେ ଏଥିରେ ବିମାନର ସହୁ ତଥ୍ୟ ସହ ପାଇଲଟଙ୍କ ଆକ୍ଚିଭିଟି ରେକର୍ଡ ରହିଥାଏ। ବ୍ଲାକ୍ ବକ୍ସରେ ରହିଥାଏ ଯନ୍ତ୍ରାଂଶ, ଉଡ଼ାଣ ତଥ୍ୟ,ଫ୍ଲାପ୍, ଚାପ,ଉଚ୍ଚତା, ବେଗ ଓ ଭର୍ଟିକାଲ ସ୍ପିଡ୍ ତଥ୍ୟ । ଏଥିସହିତ ଏହା ହେଉଛି ମଲ୍ଟି ଟ୍ରାକ୍ ଅଡିଓ ରେକର୍ଡର।
ବ୍ଲାକବକ୍ସର ରଙ୍ଗ କଳା ନୁହେଁ ବରଂ ବ୍ଲାକ୍ବକ୍ସର ରଙ୍ଗ ଉଜ୍ବଳ ଗେରୁଆ ଓ ଲାଲ୍ ଯାହାକି ଅଘଟଣ ପରେ ବି ଠାବ କରିବାରେ ସହଜ ହୋଇଥାଏ। ତେବେ କାହିଁକି ବ୍ଲାକ୍ ବକ୍ସ ନାଁ ? କେତେକଙ୍କ ମତରେ ଏହା ଭିତରେ କଳା ରଙ୍ଗର ଯନ୍ତ୍ରପାତି ଥାଏ ଏବଂ ଅନ୍ୟ ମତ ହେଉଛି ଏହା ଦୁର୍ଘଟଣା ପରେ ଜଳି କଳା ପଡ଼ିଯାଇଥାଏ। ବ୍କାକ ବକ୍ସ ସାଧାରଣ ବକ୍ସ ଭଳି ଦେଖା ଯାଏ ନାହିଁ। ଏହା ସିଲିଣ୍ଡର, ଚାରିକୋଣିଆ କିମ୍ବା ଡୋମ୍ ଭଳି ଦିଶେ। ଆଉ ସ୍ପଷ୍ଟ ଲେଖାଥାଏ ‘ଫ୍ଲାଇଟ୍ ରେକର୍ଡର, ଖୋଲନ୍ତୁ ନାହିଁ’। ଏଥିରେ ୨୫ ଘଣ୍ଟାର ଉଡ଼ାଣ ତଥ୍ୟ ରହିଥାଏ। ଏବଂ ୨ ଘଣ୍ଟାର କକ୍ପିଟ ଅଡିଓ ରେକର୍ଡ ରଖିଥାଏ।